ବିଚାରପତିଙ୍କ ସଂଖ୍ୟା ୩୩ ରୁ ୩୭ କୁ ବୃଦ୍ଧି କଲେ ରାଷ୍ଟ୍ରପତି

ସୁପ୍ରିମକୋର୍ଟରେ ମାମଲାଗୁଡ଼ିକର ଶୀଘ୍ର ଫଇସଲା ଏବଂ ବିଚାର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସୁପ୍ରିମକୋର୍ଟର ବିଚାରପତିଙ୍କ ମଞ୍ଜୁରୀପ୍ରାପ୍ତ ସଂଖ୍ୟାକୁ ୩୩ ରୁ ୩୭ କୁ ବୃଦ୍ଧି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ସମ୍ପର୍କିତ ‘ସୁପ୍ରିମକୋର୍ଟ (ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ଅଧ୍ୟାଦେଶ, ୨୦୨୬’ ଜାରି କରିଛନ୍ତି।