୨୦୨୨ ମସିହା ପାଇଁ ପ୍ରକାଶ ପାଇଲା ଛୁଟି ଦିନ: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଦିବସକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ସାନ୍ତାଳି ଭାଷାର ପ୍ରଚାର ପ୍ରସାର ତଥା ଅଲ୍‌ଚିକି ଲିପିର ସର୍ଜନା କରିଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନକୁ ଚିର ସ୍ମରଣୀୟ କରିବା ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିବସକୁ ରାଜ୍ୟରେ ‘ଛୁଟିଦିନ’ ଭାବରେ ଘୋଷଣା କରିଛନ୍ତି। ପଣ୍ଡିତ ମୁର୍ମୁଙ୍କ ଜନ୍ମ ଦିନ ବୈଶାଖ ପୂର୍ଣିମା ଦିନ ପଡିଥାଏ।

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia