ଜାହାଜରେ ୨୮ଟି ଦେଶର ୧୫୦ ଜଣ ଯାତ୍ରୀ ଥିବାବେଳେ ଏପ୍ରିଲ ୨୪ରେ ସେଣ୍ଟ ହେଲେନ୍ ଦ୍ୱୀପରେ କେତେଜଣ ଯାତ୍ରୀ ଅବତରଣ କରିଥିଲେ। ଯାତ୍ରୀମାନଙ୍କ ମଧ୍ୟରୁ ୩୮ ଜଣ ଫିଲିପାଇନ୍ସର ହୋଇଥିବାବେଳେ ବ୍ରିଟେନ୍ର ୩୧, ଆମେରିକାର ୨୩, ନେଦରଲାଣ୍ଡସ୍ର ୧୬, ସ୍ପେନ୍ର ୧୪, ଜର୍ମାନୀର ୯, କାନାଡାର ୬ ଏବଂ ଭାରତର ୨ ଜଣ ଥିଲେ ବୋଲି ବିବିସି ରିପୋର୍ଟରେ କୁହାଯାଇଛି। ୮ଟି ସନ୍ଦିଗ୍ଧ ହାନ୍ତା ଭାଇରସ୍ ମାମଲାରୁ ୫ଟି ସ୍ପଷ୍ଟ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଡଚ୍ ମହିଳା, ତାଙ୍କ ସ୍ବାମୀ ଏବଂ ଜଣେ ଜର୍ମାନ ମହିଳା ଅଛନ୍ତି। ସଂକ୍ରମିତ ଜାହାଜରେ ୨ ଭାରତୀୟ ରହିଥିଲେ ମଧ୍ୟ ସେମାନେ ଅଲଗା ରହିଥିତ୍ବାରୁ ଭାରତରେ ତୁରନ୍ତ ସ୍ବାସ୍ଥ୍ୟ ସଙ୍କଟ ସମ୍ଭାବନା ନାହିଁ ବୋଲି ଆଇସିଏମ୍ଆର୍ର ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍ଆଇଭି) ନିର୍ଦ୍ଦେଶକ ଡ. ନବୀନ କୁମାର ଶୁକ୍ରବାର କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣର କୌଣସି ପ୍ରମାଣ ନ ଥିବା ସେ କହିଛନ୍ତି। ସଂକ୍ରମିତ ମୂଷା କିମ୍ବା ସେମାନଙ୍କ ମଳ, ଲାଳ, ପରିସ୍ରା ସଂସ୍ପର୍ଶରେ ଆସିଲେ ମଣିଷ ଦେହକୁ ଏହି ଭୂତାଣୁ ସଂକ୍ରମିତ ହୋଇଥାଏ।
ହାନ୍ତା ଭାଇରସ୍ ସଂକ୍ରମିତ କ୍ରୁଜ୍ ଜାହାଜରେ ୨ ଭାରତୀୟ


More Stories
ନନ୍ଦୀଗ୍ରାମ ଆସନ ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ
ଚୀନକୁ ଭାରତର କଡ଼ା ବାର୍ତ୍ତା
ଆଜି ତାମିଲନାଡୁରେ ବିଜୟଙ୍କ ଫ୍ଲୋର ଟେଷ୍ଟ