ଗୃହରେ ଅଚଳାବସ୍ଥା ଜାରି, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର: ଲଗାତାର ୫ ଦିନ ଧିରି ଗୃହରେ ଅଚଳାବସ୍ଥା ଜାରି ରହିଛି । ତେବେ ବିଧାନସଭାର ଶୀତକାଳୀନ ଅଧିବେଶନକୁ ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଆଉ ଏଥିପାଇଁ ଗୃହକୁ ୩୦ ମିନିଟ୍ ମୁଲତବୀ କରାଯାଇଛି ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia