ଦେଶବ୍ୟାପୀ ଲିଟର ପିଛା ୩ ଟଙ୍କା ଲେଖାଏଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ପଶ୍ଚିମ ଏସିଆ ବିବାଦ ପରେ ବିଶ୍ବରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ଶୁକ୍ରବାର ଦେଶରେ ପେଟ୍ରୋଲ ଡିଜେଲ ଦର୍‌ ଲିଟର ପିଛା ୩ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ତୈଳ ଦର ବୃଦ୍ଧି ପାଇବା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୪ ଟଙ୍କା ୭୭ ପଇସାରୁ ବୃଦ୍ଧି ପାଇ ୯୭ ଟଙ୍କା ୭୭ ପଇସାରେ ପହଞ୍ଚିଛି।Petrol and diesel prices increased by 3 rupees per liter across the country